Unknown

ଚରଣ-ଚୂଟିଆ ଢମ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

 

ନିଖତ ପଡ଼ିଲେ            ଚଢ଼ୁଁଘୋଡ଼ାଗାଡ଼ି

ବଖତ ପଡ଼ିଲେ ବାଡ଼ି,

ସ୍ୱର୍ଗେ ଦେବରାଜ            ନିତିଯାଉଁ ଶୁଣି

ଦଇବ ଦିଏ କଚାଡ଼ି

 

ବଖତ ପଡ଼ିଲେ            ନିଶେ ଘିଅ ହାତ,

ବଖତେ ନ ମିଳେ ଭାତ,

ବଖତ ପଡ଼ିଲେ            ତରାଟି ଅନାଉଁ,

ବଖତେ ସଲାମ ସାତ

 

ବଖତ ପଡ଼ିଲେ            ବରଷା ଦିଗକୁ

ଟେକି ଦେଇଥାଉ ଛତା,

ବଖତ ପଡ଼ିଲେ            ଏ ପାଖ ସେ ପାଖ

ସତେ ବୋଳଝାଞ୍ଚି ଲତା

 

ବଖତ ପଡ଼ିଲେ,            କେରୁ ବନି ଯାଉଁ

ବଖତେ ବଙ୍ଗାଳୀ ଖାରା,

ବଖତେ ଓଡ଼ିୟା,            ବଖତେ ତେଲଗୁ,

ଯେତେବେଳେ ଯାହାସାରା

 

ବିଦ୍ୟା, ବୁଦ୍ଧି ଶୁଦ୍ଧି            ଥାଉ କି ନ ଥାଉ,

ଟେରିତ ଆସଇ କାଟି,

ବଖତେ ସାଜିବୁଁ            ପୂରା ସଭ୍ୟା-ସାଜ,

ନ ହେବ ଜୀବିକା ମାଟି

 

ବଖତ ପଡ଼ିଲେ            ବାପ ନା’ ନ ଆସେ

ବଖତେ ହାକିମ ଆମେ,

ବଖତ ପଡ଼ିଲେ            ଗରମ ନରମ,

ଉଡ଼ିଲାପତକା ନାମେ

 

ଗୋଲାମିବଜାଉଁ            ଏଣେ ଦିନ ରାତି

ଲାଗିପଡ଼ି ମରି ସରି,

ତଳ ପାହାଚିଆ            ଭକୁଆଙ୍କୁ ଦେଖି

କହୁଁଟେକପଣ କରି

 

ଶୁଣିଛ ନା ଆଜି            ହାକିମଙ୍କୁ ଆମ୍ଭେ

ଦେଇଅଛୁଁକାନମୋଡ଼ା,

ବହୁତ କାଳରେ            ବଖତ ଜୁଟିଲା

ଦେଲୁଁ ତ ଅକଲଥୋଡ଼ା

 

ଆଜ୍ଞା, ଆଜ୍ଞା ବୋଲି            ହାତ ଯୋଡ଼ି କରି

ଚିର-ଭକୁଆ ନିକର,

ବଖତଜଗିଣ            ହାଁ, ଜି ମାରନ୍ତି

ଜାଣିଥିଲେହେଁ ସକଳ

 

ବଖତେ ବଖତେ            ଏଣିକି ତେଣିକି

ତେତିକି ବେଳରେ ପୁଣି,

କାନ୍ଥବାଡ଼େ ଆମେ            ତରଛି ଅନାଉଁ

ନ ଯୁଣ ଦେଲା କେ ଶୁଣି

 

ମନେ ଭାବୁ ଥାଉଁ            ଅମୀର ବନିଛୁଁ

ବଖତ ପଡ଼ିଛି ଆଜି,

ମିଛ କଥା କହୁଁ            ହାକିମ ଶୁଣିଲେ

ଦଣ୍ଡକେ କରିବେ ପାଜି

 

ବଖତ ପଡ଼ିଲେ            ପରଗାଈଦୁହଁ

ଆଗ ବୋଲା ପଣ କରି,

ଖଞ୍ଜ ଖାଞ୍ଜଉଣ୍ଡି            ଅନୁସରଣିଆଁ-

ପଣେ କେ ଆମ୍ଭକୁ ସରି ?

 

ବଖତ ପଡ଼ିଲେ            ପରଲୁଗା ପିନ୍ଧି

ଦେଖାଉଁବଡ଼-ଚଲଣ,

ଚାକୁଣ୍ଡା ଶାଗକୁ            ଲୁଣ ନ ମିଳଇ

ସେଥିରେ ହୋଇଲା କଣ ?

 

ମୁହଁ ଯେବେ ଦମ୍ଭ,            ଯିଏ ଯାହା କହୁ

ଗାଲୁଟି ହାସଲ କରି,

‘ଗାଲୁଆ-ସମାଜେ’            ଛତି ଟେକି ଦେଉଁ

ମହତ ଯାଏ କି ସରି ?

 

ବଖତ ପଡ଼ିଲେ            ମୁଖେ ନିଶଦାଢ଼ି

ଦିଶୁଁଗୋରୁମରା ପରା,

ବଖତ ପଡ଼ିଲେ            ଚିକ୍କଣ ଚାକଣ

ସତେକିସରଗତରା?

 

ବଖତ ପଡ଼ିଲେ            ଗଡ଼ୁଛି ବୋତଲ

ବଖତ ପଡ଼ିଲେ ଗଞ୍ଜା,

ବଖତ ପଡ଼ିଲେ            ପୁରାଣ-ପ୍ରବୀଣ

ଚିତା ଚଇତନ ସଜ୍ଜା

 

ବଖତରେ ଚାହୁଁ            ବଡ଼ଲୋକ ହେବୁ

ଛାତି କରୁଁକୁଣ୍ଢେମୋଟ,

ଯେତିକି ଉଚ୍ଚକୁ            ଚଢ଼ି ମନ କରୁଁ,

ମୂଳେ ବାଜେ ତେତେ ଚୋଟ

 

ଆମେ ବୋଲୁଁ ଆମେ            ଦୁନିଆଁ ମାଲିକ

ଇନ୍ଦ୍ର, ବିଷ୍ଣୁ, ବ୍ରହ୍ମା, ଶିବ,

ବଖତରେ ପୁଣି            ଓଲଟ ପାଲଟ

ଯିବ କି ରହିବ ଜୀବ

 

ବଖତ ପଡ଼ିଲେ            ବାଜୁଥିଲେ ମାଡ଼

ଆମ୍ଭେ ତ ‘ଗରୁଡ଼ାୟତେ’,

ଝାଡ଼ିଝୁଡ଼ି ଦେଇ            ନିଶକୁ ଫୁଲାଉଁ

ପୁଣି ସେ ଦଣ୍ଡକ ଗତେ

 

ବଖତ ପଡ଼ିଲେ,            ନିପଟ ଥୋବରା,

ବଲବଲା ଜଳଜଳା,

ବଖତେ ଛୁଞ୍ଚିକି            ଟାହୁଲି କରୁଛୁଁ

ଥାଇ ପଛେ ଶହେ କଳା

 

ବଗଡ଼ାନାଲିଆ            ତହଡ଼ ଭାତର

ବଅଁଶ ବୁଡ଼ାଉଁ କେବେ,

ନ ରୁଚଇ ବୋଲି            କହୁଁଘୃତ-ଅନ୍ନ

ବାଢ଼ିଦେଲା କିଏ ଯେବେ

 

ବଖତ ପଡ଼ିଲେ            ମାଗିଯାଉଁ ଆମ୍ଭେ,

ଖାଇବୁଁ ଅଇଁଠା ପାଣି,

ବଡ଼ ଅସୁଆଦ            ଯାଚିଲେ ଆମ୍ଭଙ୍କୁ

ନ ରୁଚେ ସର-ଲବଣୀ

 

ହୋଇପାରୁଁ ଆମ୍ଭେ            ଡାହାଣୀ ଗୁଣିଆଁ

ଏକା ଆକ୍ଷିପିଛୁଳାକେ,

ଆମ୍ଭେ ଧଳା, କଳା,            ଆମ୍ଭେ ଭଲ, ମନ୍ଦ,

ସେ ଗୁଣେ ଆମ୍ଭ ପରା କେ ?


ଘଡ଼ିକ ଭିତରେ            ତମର ପ୍ରଶଂସା

ଆଗମୁହେଁ ଥିଲେ କରି,

ଘଡ଼ିକ ଉତ୍ତାରେ            ପଛମୁହେଁ ଆମ୍ଭ,

ରହିଥାଏ ନିନ୍ଦା ଭରି

 

ଆମ୍ଭେ ତ ଆଲୋକ,            ଆମ୍ଭେ ଅନ୍ଧକାର,

ଆମ୍ଭେ ସୁଖ ଦୁଃଖ ଯେତେ,

ଆମ୍ଭେ ତ ଅଦୃଷ୍ଟ            ପୁଣି ଆମ୍ଭେ ଦୃଷ୍ଟ,

କିଏ ହୋଇପାରେ ଏତେ ?

 

ବହୁ ଅବତାର            ଧରି ପାରୁଁ ହେଲେ

ହଜାରୁଁ ନୁହେଁ ନିକୁଚ୍ଛ,

ବିଷ୍ଣୁଙ୍କର କଥା,            ଦଶଗୋଟି ମାତ୍ର !

ସେ କଥା ତ ଅତି ତୁଚ୍ଛ

 

ସଜୀବ, ନିର୍ଜ୍ଜୀବ            ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ,

କୀଟ କି ଅବା ପତଙ୍ଗ,

ସବୁ ବ୍ୟବହାର            ପଇଟେ ଆମ୍ଭଙ୍କୁ

ଦୋମୁଖେ ସବୁ ତରଙ୍ଗ

 

ଶ୍ୱାନ ଅବତାର            ଧରୁଁ ବଖତରେ

‘ଡିହକୁତା’ ପରି ଥାଉଁ,

କପି ଅବତାର            ଧରିଲେ ନରଙ୍କ-

ପାଶକୁ ଝିଙ୍କାରୀ ଧାଉଁ

 

କୂର୍ମ ଅବତାର            ଧରୁଁ ଯେତେବେଳେ

ପିଠିରେ ଗୋଇଠା ବିଧା,

ସର୍ପ ଅବତାରେ            ଉଗାରୁଁ ଗରଳ,

ଜିହ୍ନା ତେତେବେଳେ ଦ୍ୱିଧା

 

ବଡ଼ କଅଁଳିଆ            ହାତଟି ଆମର

ଆଉଁଶିଲେ ସରାଗରେ,

ସେଥି ସହିତରେ            ପରସ୍ତେ ଚମଡ଼ା

ଛାଡ଼ି ଆସେ ଖଇତରେ

 

ହାସଲ କରିଛୁଁ            ଆହା କି ମଧୁର

ଖୁସାମତ ନାମ ଗୋଟି,

ଆକ୍ଷିପିଛୁଳାକେ            କେଡ଼େତୀକ୍ଷ୍ଣ ତାହା

କାଟିପାରେ କୋଟି-ତୋଟି

 

ହାକିମ-କାନର            ମକର-କୁଣ୍ଡଳ;

କୋହିନୂରହୀରାବସା,

ଲବ-ବିନ୍ଧାଣି-            ସ୍ୱହସ୍ତ-ରଚିତ୍ତ,

ଝରା-ମରକତ –ଖୋଷା

 

ସାମତିଆର            ନିତ୍ୟକର୍ମ-ଝୁଲି,

ଗାରଡ଼ିମନ୍ତର ସାର,

କଳେ ଗୋଖୁରଙ୍କ            ମଥା-ମଣି ଘେନି

ଲଗାଉଁ କେତେ ବେଭାର

 

କେଳାରୂପେ ଆମ୍ଭେ            ଅରଜୁଁକଉଡ଼ି,

ଦେଖାଇ ସାପ ଭେଳିକି,

ଗଣ୍ଡ ନେଇ ବେଗେ            ଗଣ୍ଡି ରଚି ଦେଉଁ

ଲଗାଉଁ ଚାହୁଁ ଜଳକି

 

ଆଠାରୁ ବଳି            ପେଟପୋଷା ଖଞ୍ଜ,

ଅଧିକେ ପଲଟେମୋତେ,

କର୍ଣ୍ଣପିଶାଚୀ            ସାଧି ନାହିଁ ଭାଇ !

ଜାଣେ ଦାଉ ପେଚକେତେ!

 

ହମାସାଗର-            ବାନାଟି ଆମର,

ଆମ୍ଭେହିଁ ଜଗତ-ମଣି,

ସୁଜ୍ଞାନ, ବିବେକ            ଆମ୍ଭ ପଦତଳେ,

ଆମ୍ଭେ ଏକା ବିଦ୍ୟାଖଣି

 

ଏ ବିଦ୍ୟ ଯୁଗରେ            ଆମ୍ଭ ଅବତାରେ,

କରିପାରୁଁ ଆମ୍ଭେ ଯାହା,

ଆକ୍ଷେପ ଆସଇ !            ଦେଖୁ ଦେଖୁଲୋକେ,

ନ ଶିକ୍ଷିଲେ ଯାହା ତାହା !

 

ଦେଖୁଛି ତ ବାବୁ !            ଘରେ କି ବାହାରେ,

ଆମ୍ଭରି ଗୁଣ ବିକାଏ,

ଅନ୍ଧାରୀ-ମୁଲକେ,            ଉପଦେଶ ମାନି,

ଶିକ୍ଷିଲେଣି ତ ଥୋକାଏ

 

ସଞ୍ଜେ ଖଞ୍ଜେ ଉଣ୍ଡି            ଚିତା କାଟି ବାପ !

ନେଇ ପାରୁଥିବ ଯେବେ,

ଦିନାକେତେ ଆଛା-            ମଉଜ ମହଲେ,

ଝୁଲିବ ମୋ ବାବୁ ! ତେବେ

 

ବ୍ରହ୍ମାଙ୍କ ନନାଙ୍କୁ            ମାଲୁମ ନ ହେବ

କରିପାର ଯେବେ କଳ,

ବଖତ ସମୁଜି            ଜଳମଧ୍ୟେବୁଡ଼ି,

ପିଇ ଦେଉଥିଲେ ଜଳ

 

ବେଶୀ ମିଳାମିଶା,             ବେଶୀ କଥାବାର୍ତ୍ତା,

କେବେହେଁ କରିବ ନାହିଁ,

ବଖତେ ବଖତେ            ଲୋକଙ୍କୁ ଦେଖିଲେ,

ଦେବଟି ତରାଟି ଚାହିଁ

 

ଟିକିଏ ହାକିମୀ            ଥିବ ଏକା ଭାଇ !

‘ଟପକନବିଶ’ ପଣ,

( ତେବେ ) ଅନ୍ଧାରିମକୁଲକେ            ଚରଣ ଚୂଟିଆ,

ଅରଜେ କଉଡ଼ି ପଣ !

 

ଦେଖି କେତେ ଦିନ            କଳିକାଳଟାରେ

କଟିଯାଏ ମଉଜରେ,

ବଡ଼ସହଣିକ            ଧରମବାପୁଡ଼ା !

ନ ପଶିବ ପାଶେ ଡରେ

 

ବେଧଡ଼କେ ଭାଇ !            ବେପରୁଆ ହୋଇ,

ହୁଅ ନରମ ଗରମ,

କେବେ ଚୂଟି କେବେ            ପଦ ଧରି ଦେଖା

‘ଚରଣଚୂଟିଆ ଢମ’

 

ଯେତେବେଳେ ଯେଉଁ-            ପଟ ପଡ଼ିଗଲା

ଧୋକା ନ କରିବୁ ଭାଇ !

ଢଳି ସେ ପଟକୁ            ଚରଣଚୂଟିଆ ଢମ,-

ପଢ଼ିବୁ ନିଠାଇ

 

ଆଖି ରଙ୍ଗଠାରୁ            ଦାନ୍ତ ନିକୁଟାକୁ,

ନ ମଣିବୁ କେବେ ଊଣା,

ଚରଣ ଚୂଟିଆ-            ଢମେ ତୁ ସଭିଙ୍କ-

ବଢ଼ତିକରୁଥା ଚୂନା

 

ଧରମଆକ୍ଷିରେ            ଧୂଳି ଦେଇ ଭାଇ !

ବାନ୍ଧି ଦେ’ ଖଣ୍ଡେ କନା,

ଖଞ୍ଜରେ ଖଞ୍ଜରେ            ତୁ ଜଗତେ,

ଚରଣ ଚୂଟିଆ-ବାନା

 

ସମାପ୍ତ